ନିରପେକ୍ଷ ନିର୍ବାଚନ ପାଇଁ ସମୀକ୍ଷା

ଭୁବନେଶ୍ୱର: ଆଜି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ପୋଲିସ୍ ଡିଜି, ଆୟକର ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ନିରପେକ୍ଷ ନିର୍ବାଚନ ପାଇଁ ହୋଇଛି ଆଲୋଚନା। ବିଶେଷ ଭାବରେ ନିର୍ବାଚନ ବେଳେ କଳା ଟଙ୍କା ଓ ମଦ କାରବାର ରୋକିବା ଉପରେ ଦିଆଯାଇଛି ଗୁରୁତ୍ଵ। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଛି।