ସୁବର୍ଣ୍ଣପୁରର ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତକାଲି ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବା ଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ ରେ ପହଞ୍ଚିଲା । ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ଅଟେ।