ଓଡ଼ିଶା ପହଞ୍ଚି କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ସାରି ପ୍ରସାଦ ସେବନ କଲେ ରାଷ୍ଟ୍ରପତି। ମନ୍ଦିର ପରିସରରେ ଥିବା ମ୍ୟୁଜିୟମ୍ ବନ୍ଦ ଥିବାରୁ ତାହା ଦେଖିପାରିଲେନି ରାଷ୍ଟ୍ରପତି। କାମ ହେବାକୁ ଥିବାରୁ ମ୍ୟୁଜିୟମ୍ ବନ୍ଦ ଥିବା କହିଲେ ଉପଜିଲ୍ଲାପାଳ। ଚାରି ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।