ଡିସେମ୍ବର ୩ ସୁଦ୍ଧା ବଙ୍ଗୋପସାଗରେ ସୃଷ୍ଟି ହେବ ବାତ୍ୟା

Nov 30, 2023 - 14:33
 9

ଭୁବନେଶ୍ୱର: ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଉତ୍ତର ତାମିଲନାଡୁ - ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି। ତେବେ ପହିଲାରୁ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତ ସଂଲଗ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି। ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଡିସେମ୍ବର ୧ ତାରିଖ ରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସୟଜୀବୀଙ୍କୁ ବାରଣ କରାଯାଇଛି।