ଆସନ୍ତା ୨ ଦିନ ପାଇଁ ୭୪ ଟ୍ରେନ୍ ବାତିଲ

ବାଲେଶ୍ବର ଜିଲ୍ଲା ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଆଜି ଓ କାଲି ପାଇଁ ୭୪ଟି ଟ୍ରେନ୍ ବାତିଲ କରାଯାଇଛି | ୭୪ ଟ୍ରେନ୍ ବାତିଲ ସହ ଗୋଟିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି| ଆଜି ଭୁବନେଶ୍ବର-ହାୱଡ଼ା ଜନଶତାବ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ ବାତିଲ୍ ହୋଇଛି | ଆଜି ହାୱଡ଼ା-ସିକନ୍ଦରାବାଦ ଫଲକନାମା, ଶାଲିମାର-ପୁରୀ ଧଉଳି ଏକ୍ସପ୍ରେସ ବାତିଲ୍|ଆଜି ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ| ହାୱଡ଼ା-ଭୁବନେଶ୍ବର ଜନଶତାବ୍ଦୀ ବାତିଲ୍। ଆଜି ଶାଲିମାର-ଚେନ୍ନାଇ କରମଣ୍ଡଳ, ଶାଲିମାର-ପୁରୀ ଜଗନ୍ନାଥ ଏକ୍ସପ୍ରେସ ବାତିଲ୍। କାଲି ଭୁବନେଶ୍ବର-ହାୱଡା ଜନଶତାଦ୍ଦୀ, ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ ବାତିଲ୍ ହୋଇଥିବା ସୁଚନା |