ପହିଲି ରଜ

Jun 15, 2023 - 17:56
 111
ପହିଲି ରଜ

ବରଷକେ ପୁଣି ଆଜି ଆସିଛି ରଜ ହେଲେଣି ଗାଁ କନ୍ୟା ସଜବାଜ ପହିଲି ରଜ ଆଣିଛି କେତେ ଉନ୍ମାଦ ଦୋଳି ଖେଳି କରିବେ ମଉଜ ll ଆଷାଢ ମାସର ଏ ଯେ ଆଦ୍ୟ ସଂକ୍ରାନ୍ତି ମାଁ ବସୁମତୀ କରିବେ ସ୍ନାନ ଧରା ବକ୍ଷରେ ମାଁ ହୋଇବେ ରଜସ୍ୱଳା ମୌସୁମୀର ହେବ ଆଗମନ ll ଜମିବ ଉତ୍ସବ ଆଜି କେତେ ପସରା ଏଣ୍ଡୁରି ସାଙ୍ଗକୁ ପୋଡ଼ପିଠା ଘରେ ଘରେ ବାସେ ରଜପିଠା ନିଆରା ଏ ତ ଆମ ପରମ୍ପରା କଥା ll ଗାଁଗଣ୍ଡା ହେବ ସାଙ୍ଗ ସାଥୀ କେତେ ମେଳ ଜମେ ପିଲାଙ୍କ କବାଡି ଖେଳ ରଜ ଦୋଳିରେ ଝୁଲିବେ ଗାଁ ଝିଅବୋହୁ ନାଚି ଯେ ଗାଇ କରିବେ ମେଳ ll ପାଦେ ଅଳତା ମଥାଏଁ ଚନ୍ଦନ ଵାସ ଗାଁ ବଉଳ ହେବେ ସଜବାଜ ହାତେ ପୁଣି ମେହେନ୍ଦି ଚିତା କୁଟାଇବେ ଆସିଛି ଆଜି ପରବ ରଜ ll ତ୍ରିନାଥ ପଟ୍ଟନାୟକ ( ଅଧ୍ୟାପକ ତଥା କବି) ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର ପୋ:ଜିଲ୍ଲା- କୋରାପୁଟ ମୋ:9438362172