ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଶୋକ ପାଳନ

Jun 14, 2023 - 17:32
 63
ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଶୋକ ପାଳନ

ଭୁବନେଶ୍ୱର : ଆଜି ପୂର୍ବତନ ପୌରାଧ୍ୟକ୍ଷ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଶୋକ ପାଳନ କରାଯାଇଛି। ସମିତିର ସଭାପତି ହେମନ୍ତ କୁମାର ପରିଡ଼ା, ସଚିବ ସଚ୍ଚିଦାନନ୍ଦ ନାୟକ ଓ ସମସ୍ତ କର୍ମକର୍ତ୍ତା ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ଡାକ୍ତର ମହାପାତ୍ରଙ୍କ ଆତ୍ମାର ସଦଗତି କାମନା କରିଥିଲେ। ଡାକ୍ତର ମହାପାତ୍ରଙ୍କର ୮୪ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା | ଭୁବନେଶ୍ୱରର ପୌରାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ ଡାକ୍ତର ଜଗନ୍ନାଥ ମହାପାତ୍ର | ଡାକ୍ତର ମହାପାତ୍ର ସହିଦ ନଗର ଦୁର୍ଗାପୂଜା ସମିତିର ବରିଷ୍ଠ ଉପଦେଷ୍ଟା ଥିଲେ।