ବଜ୍ରପାତରେ ଓଡ଼ିଶାର ୬ ଜିଲ୍ଲାରେ ୧୦ ମୃତ

Sep 3, 2023 - 13:14
 60
ବଜ୍ରପାତରେ ଓଡ଼ିଶାର ୬ ଜିଲ୍ଲାରେ ୧୦ ମୃତ

ଭୁବନେଶ୍ୱର: ଗତକାଲି ହୋଇଥିବା ବଜ୍ରପାତରେ ଓଡ଼ିଶାର ୬ଟି ଜିଲ୍ଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବତନ୍ତ୍ର ରିଲଫ କମିଶନର ଦେଇଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଅନୁଗୁଳ, ବୌଦ୍ଧ ଓ ଜଗତସିଂହପୁରରେ ଜଣେ ଲେଖାଏଁ ମୃତ। ଢେଙ୍କାନାଳରେ ଜଣେ ଓ ବଲାଙ୍ଗୀରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।