ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ

Sep 12, 2023 - 17:08
 8
ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ

ବରଗଡ଼: ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆତଙ୍କ ଦେଖାଦେଇଛି। ଏଯାଏଁ ଆକ୍ରାନ୍ତ ହେଲେଣି ୨୪୦ ଜଣ ବ୍ୟକ୍ତି। ଦୁଇ ସପ୍ତାହ ମଧ୍ୟରେ ସ୍କ୍ରବ ଟାଇଫସରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସୋହେଲା ବ୍ଲକରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅତାବିରା, ବରପାଲି ଓ ଭେଡେନରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏକ କୀଟ ଦ୍ଵାରା ଏହି ରୋଗ ବ୍ୟାପୁଛି। ପଶୁଙ୍କ ଦେହରେ ଏହା ରହିଥାଏ। ଏହି ରୋଗରେ ୫ରୁ୬ ଦିନ ଜ୍ଵର ରହିଥାଏ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ଏଡିଏମ୍ଓ ଡାକ୍ତର ସାଧୁଚରଣ ଦାସ।