ମେଘୁଆ ପାଗ ଯୋଗୁଁ ଉପକୂଳରେ ଆଶ୍ୱସ୍ତି, ଜଳୁଛି ପଶ୍ଚିମ ଓଡ଼ିଶା

Jun 14, 2023 - 17:29
 5
ମେଘୁଆ ପାଗ ଯୋଗୁଁ ଉପକୂଳରେ ଆଶ୍ୱସ୍ତି, ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର: ଆଜି ଉପକୂଳ ଓଡ଼ିଶାରେ ମେଘୁଆ ପାଗ ଯୋଗୁଁ ରାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଛି। ଆଜି ୪୪.୧ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତପ୍ତ ସ୍ଥାନ ଭାବେ ପରିଗଣିତ ହୋଇଛି। ସେହିପରି ସମ୍ବଲପୁର ଓ ହୀରାକୁଦରେ ୪୩.୭ ଡିଗ୍ରୀ ତାପମତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା-୪୩.୬, ଭବାନୀପାଟଣା-୪୩, ବୌଦ୍ଧ-୪୨.୮, ବଲାଙ୍ଗୀର, ଟିଟିଲାଗଡ଼-୪୨.୫, ବରଗଡ଼-୪୨ ଓ ସୁନ୍ଦରଗଡ଼-୪୧.୩ ତାପମାତ୍ରା ରେକର୍ଡ କରାଯାଇଛି।