ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ଭୁବନେଶ୍ୱର ଚକେଇସିଆଣି ସ୍ଥିତ ସମୟ ଗାଡ଼ିଆ କ୍ଳବ୍ ରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଅଖିଳ କୁମାର ସାହୁ ପରଶୁରାମ ପତି, ଶରତ ଦାଶ, ଚକ୍ରଧର ତ୍ରିପାଠୀ,ରାମ ଚନ୍ଦ୍ର ପାଢି, କ୍ଷୀରୋଦ ରାଉତରାୟ, କଲ୍ଯାଣ ପତି ଅଜିତ କାନୁନଗୋ, ପୂର୍ଣ୍ଣ ଚନ୍ଦ୍ର ରଥ, କ୍ଲବ ପକ୍ଷରୁ ସଭାପତି ଆରତ ରାଉଳ ସମ୍ପାଦକ ମାନସ ରଞ୍ଜନ ପତି, କାମେଶ୍ଵର ରାଓ ଶ୍ରିନିବାସ ରାଓ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ମେଡିସିନ ଡାକ୍ତର, ଦାନ୍ତ ଡାକ୍ତର, ଆଖି ଡାକ୍ତର, ହୋମିଓପାଥି ଡାକ୍ତର, ଇ ଏନ ଟି ଡାକ୍ତର, ଓ ଡାଇବେଟିସ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରା ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ନିଶୁଳ୍କ ଥିଲା ଏଣୁ ଜନସାଧାରଣଙ୍କ ବହୁ ସଂଖ୍ୟାରେ ଯୋଗଦାନ ପାଇଁ ପରିଷଦ ପକ୍ଷରୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶେଷ କରାଯାଇଥିଲା।