ମହିଳାଙ୍କ ମୃତ୍ୟୁ ନେଇ ନର୍ସିଂ ହୋମ୍ ରେ ଉତ୍ତେଜନା
ଭଦ୍ରକ: ଭଦ୍ରକ ଜିଲ୍ଲାର ମୋଟେଲ୍ ଛକ ସ୍ଥିତ ଏକ ଘେରାଇ ନର୍ସିଂ ହୋମ୍ ରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମହିଳାଙ୍କ ଟ୍ୟୁମର ଅପରେସନ ବେଳେ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରୁଛନ୍ତି ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଟାଉନ୍ ଥାନା ପୋଲିସ।