ମୌସୁମୀ ରେ କଲବଲ କରୁଛି ତାତି
ଭୁବନେଶ୍ୱର: ମୌସୁମୀ ଦୁର୍ବଳ ହେବାରୁ ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ସୂଚନା ଅନୁଯାୟୀ, ୧୨୬ ବର୍ଷ ମଧୟରେ ଅଗଷ୍ଟ ମାସରେ ଏହା ଦ୍ଵିତୀୟ ସର୍ବୋଚ୍ଚ ତାପମାତ୍ରା। ଅଗଷ୍ଟ ୧ ୯୭୨ ରେ ସର୍ବୋଚ୍ଚ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ୍।