ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନରେ ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତା’ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ସ୍ୱାଧୀନତା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା | ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି ମୋର ପ୍ରିୟ ୧୪୦ କୋଟି ପରିବାରଜନ, ଦେଶରେ ସୁଯୋଗର ଅଭାବ ନାହିଁ କହିଛନ୍ତି ପ୍ରଧାନମନ୍ତ୍ରୀ|ଆପଣ ଯେତେ ଚାହିଁବେ ଦେଶ ଦେବାରେ ସକ୍ଷମ । ଦେଶରେ ସ୍ୱତନ୍ତ୍ର ଶକ୍ତି ଯୋଡ଼ି ହେଉଛି । ମା ଏବଂ ଭଉଣୀମାନେ ଦେଶକୁ ଆହୁରି ଶକ୍ତିଶାଳୀ କରୁଛନ୍ତି । ସେ କହିଛନ୍ତି ଭାରତ ବିଶ୍ୱକୁ ମାନବିକତା ଶିଖାଇଛି,କରୋନା ମହାମାରୀ ପରେ ବିଶ୍ୱର ଗତିପଥ ବଦଳିଛି । ନୂଆ ଶକ୍ତିର ଆବିର୍ଭାବ ହୋଇଛି । ମଣିପୁର କଥା କହିଲେ ମୋଦି କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି । ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି । ସେ କହିଛନ୍ତି ସଂସ୍କାର ଆଣିବା ପାଇଁ ହିମତ ଦରକାର,୨୦୧୪ରେ ସରକାର ଗଠନ କରିବା ପରେ ସଂସ୍କାର ଅଣାଯାଇଛି । ସଂସ୍କାର ଆଣିବା ପାଇଁ ଦରକାର ସାହସ ମୋ ସରକାରର ରହିଛି। ଭାରତ ରେ 6G ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।