ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ବର ଠାରେ ସଫଳତାର ସହ ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ବାର୍ଷିକ ସାଧାରଣ ଅଧିବେଶନ ଜୟଦେବ ଭବନ ଭୁବନେଶ୍ବର ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସଭାପତି ଦିବଙ୍ଗତ ଗୋପିନାଥ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ବୈଠକ ଆରମ୍ଭ ହୋଇଥିଲା । ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ ଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ ପରେ ମଞ୍ଚାସୀନ ସମ୍ମାନୀୟ ଅତିଥିଗଣ ରାମଚନ୍ଦ୍ର ଦାସ ମହାପାତ୍ର ଓ ପରିଷଦ ର ଅନୁରୋଧ ରକ୍ଷା କରି ସମ୍ମାନ ଗ୍ରହଣ କରିବା ନିମନ୍ତେ ଆଜିର ବୈଠକରେ ଉପସ୍ଥିତ ମହାପ୍ରଭୁ ଙ୍କ ପ୍ରତି ସମର୍ପିତ ବ୍ୟକ୍ତିତ୍ବ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପଣ୍ଡିତ ଦାଶରଥି ସାମନ୍ତରାୟ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଡ ଗୁରୁପ୍ରସାଦ ମହାପାତ୍ର ପୂର୍ବତନ ମନ୍ଦିର ପ୍ରଶାସକ ଡ ଭାସ୍କର ମିଶ୍ର ଙ୍କୁ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ଦ୍ଵାରା ସ୍ଵାଗତ କରାଯାଇ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ସମ୍ଵର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ପରିଷଦ ଦ୍ଵାରା କରାଯାଇଥିବା କାର୍ଯ୍ୟକ୍ରମ ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବିଗତ ଆର୍ଥିକ ବର୍ଷ ର ଆୟ ଓ ବ୍ୟୟ ବିଷୟ ରେ କୋଷାଧ୍ଯକ୍ଷ ସୁରେଶ ମିଶ୍ର ସମସ୍ତଙ୍କୁ ଅବଗତ କରାଇଥିଲେ। ଏହା ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା। ସଭାପତି ଙ୍କ ଦ୍ଵାରା ଆଗତ କାର୍ଯ୍ୟକାରୀ ସଭା ସଦସ୍ୟ ସଂଖ୍ୟା ବଢାଯିବ ପ୍ରସ୍ତାବ କୁ ସମସ୍ତେ ଗ୍ରହଣ କରିଥିଲେ। ସଭା ଆରମ୍ଭ ପୂର୍ବରୁ ମୁରଲୀ ଧର ପଳେଇ ଓ ସାଥୀ ମାନେ ଶ୍ରୀ ଜଗନ୍ନାଥ ସହସ୍ରନାମ ସମ୍ମିଳୀତ ଭାବେ ଆବୃତ୍ତି କରିଥିଲେ। ପରେ କିଛି ସମୟ ଭଜନ ଓ ଭଜନ ରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା, ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଧାରଣ ସଭା ବୈଠକରେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ଵନ୍ଧରେ କିଛି ରୋଚକ ପୂର୍ଣ୍ଣ ତଥ୍ଯ ସମସ୍ତଙ୍କୁ ଜାଣଇଥିଲେ । ସମ୍ମାନିୟ କାର୍ଯ୍ୟକର୍ତ୍ତା ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର,ସୁଶୀଲ ପଟନାୟକ, ଭାରତୀ ଭୂଷଣ ପଟନାୟକ, ସନ୍ତୋଷ କର, ଅକ୍ଷୟ କୁମାର ଉପାଧ୍ୟାୟ, ବିଷ୍ନୁ ମୋହନ ମହାନ୍ତି, ବିଷ୍ନୁ ପଦଦାସ, ନିରଞ୍ଜନ ପଣ୍ଡା, ଗାନ୍ଧୀ ଚୌଧୁରୀ କାମେଶ୍ଵର ରାଓ, ମନୋରଞ୍ଜନ ମହାନ୍ତି, ଅଖିଳ କୁମାର ସାହୁ, ଗିରିଜା ଶଙ୍କର ମହାପାତ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ,ସତ୍ୟକାମ ମହାନ୍ତି, ଅଚ୍ୟୁତ ପ୍ରସାଦ ବେହେରା, ଚକ୍ରଧର ମିଶ୍ର, ଶ୍ରୀନିବାସ ରାଓ ପ୍ରମୁଖ ଓ ହଲ ପରିସରରେ ସାରା ଓଡ଼ିଶା ତଥା ଝାଡ଼ଖଣ୍ଡ ରୁ ଆସି ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଆଜିର ବୈଠକରେ ଯୋଗଦେଇ ସହଯୋଗ କରିଥିବାରୁ ଉପ ସଭାପତି ଶ୍ରୀ ରବିନାରାୟଣ ମହାପାତ୍ର ସମସ୍ତଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରି ଧନ୍ଯବାଦ ଅର୍ପଣ କରିଥିଲେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର କଲ୍ଯାଣ ପାଇଁ କାମନା କରିଥିଲେ । ଓଡ଼ିଶା ର ବିଭିନ୍ନ ଜାଗାରେ ପରିଷଦ ପକ୍ଷରୁ ପ୍ରକାଶିତ ମାନ୍ୟବର ଗଜପତି ମହାରାଜା ଓ ଶ୍ରୀ ମନ୍ଦିର ପ୍ରଶାସନ ଦ୍ଵାରା ସ୍ବୀକୃତ ସ୍କନ୍ଦ ପୁରାଣ ଅନୁଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ କଥାମୃତ ଓ ଭଜନ କାର୍ଯ୍ୟକ୍ରମ କରାଯାଇଛି। ଅଗଷ୍ଟ ୧୪, ୨୦୨୦ ରୁ ଆଜି ପର୍ଯ୍ଯନ୍ତ ଆମେ ଆଗରୁ ପରିଷଦ ପକ୍ଷରୁ କରାଯାଉ ଥିବା ସମସ୍ତ କାର୍ଯ୍ୟକ୍ରମ ଜାରି ରଖାଯାଇଛି, ବିଶେଷ କରି ପରିଷଦ ର ପ୍ରମୁଖ ବରିଷ୍ଠ ସଦସ୍ୟ ଗୌରାଙ୍ଗ ଚରଣ ନାୟକ ପରିଷଦର ଆଜି ପର୍ଯ୍ୟନ୍ତ ଘର ଭଡା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ପରିଷଦ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନା କରାଯାଇଥିଲା । ସମ୍ମାନିୟା ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ସମସ୍ତ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ର ବାଦ୍ୟଯନ୍ତ୍ର ବ୍ୟବହାର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରି ଥିବାରୁ ପରିଷଦ ପକ୍ଷରୁ ସଭାପତି ଙ୍କୁ ଧନ୍ଯବାଦ ଅର୍ପଣ କରାଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କର ସର୍ବଦା କଲ୍ଯାଣ ହେବା ପାଇଁ କାମନା କରାଯାଇଥିଲା। ବିଭିନ୍ନ ସମୟରେ ପରିଷଦ ର କାର୍ଯ୍ୟକ୍ରମ ନିମନ୍ତେ କାର୍ଯ୍ୟକାରୀ ସଦସ୍ୟ ଓ ସଦସ୍ୟା ମାନେ ଆର୍ଥିକ ସହାୟତା କରି ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ପାଇଁ ସାହାଯ୍ଯ କରିଆସିଛନ୍ତି। ପରିଷଦ ସହଯୋଗ ରେ ବର୍ଷ ର ବିଭିନ୍ନ ସମୟରେ ରୟରପୁର, କେନ୍ଦ୍ରାପଡ଼ା ର କଷଟି ଗ୍ରାମ, ଭୁବନେଶ୍ବର ର ଜୟ ଦେବ ବିହାର ରେ ଥିବା ରାମେଶ୍ଵର ମନ୍ଦିର ରେ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର କାର୍ଯ୍ୟକ୍ରମ ସଫଳତା ସହ ହୋଇଯାଇଛି। ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରେ ରଣପୁର, ଗଡକୁଞ୍ଜ ଜଗନ୍ନାଥ ମନ୍ଦିର, ପାତଳୀ ଶ୍ରୀକ୍ଷେତ୍ର, ଦାଶିଆ ବାଉରୀ ପିଠ ଓ କାର୍ତିକ ପୁର୍ଣିମା ଅବସର ରେ ପୁରୀ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ରେ ଯୋଗ ଦେଇ ପ୍ରସାଦ ସେବନ କରି ମହାପ୍ରଭୁ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରାଯାଇଛି । ପରିଷଦ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଇନ୍ସପେକ୍ଟର ଅଫ ରେଜିଷ୍ଟ୍ରୀସନ ଙ୍କ ପାଖରେ ତଥ୍ଯ ପ୍ରଦାନ କରାଯିବା ବିଷୟରେ ସଭା ରେ ସୂଚନା ଦିଆଯାଇଥିଲା । ପରିଷଦ ଚେତନା କେନ୍ଦ୍ର କାର୍ଯ୍ୟକର୍ତ୍ତା ଙ୍କ ସହିତ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ପରିଚାଳନା କରାଯିବ ଆଲୋଚନା କରିଥାଏ, ପରିଷଦ ପକ୍ଷରୁ ଚେତନା କେନ୍ଦ୍ର ଗୁଡ଼ିକରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ କରାଯାଇଛି। ପରିଷଦ ପକ୍ଷରୁ ଶ୍ରାବଣ ମାସର ସୋମବାର ଦିନ ସକାଳେ କାଉଡିଆ ଓ ସାଧାରଣ ଲୋକ ଙ୍କୁ ଗ୍ଲୁକୋଜ ମିଶା ପାଣି ବିତରଣ କରାଯାଇଛି। ପରିଷଦ ପକ୍ଷରୁ ସ୍କନ୍ଦ ପୁରାଣ ର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରାଯାଉଛି। ସ୍କୁଲ ମାନଙ୍କରେ ପ୍ରଶ୍ନୋତ୍ତର ରେ ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ କରାଯାଇ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ପୁରଷ୍କୃତ କରାଯାଇଛି। ମହାପ୍ରଭୁ ଙ୍କ ସଂସ୍କୃତି ଆମ ସଂସ୍କୃତି ଭାବେ ଗ୍ରହଣ କରିବାକୁ ୩ ବର୍ଷ ରାଜ୍ଯ ସ୍ତରୀୟ ବିଶ୍ଵ ପଖାଳ ଉତ୍ସବ ବହୁ ସଫଳତା ର ସହ ହୋଇଯାଇଛି। ସଭା ରେ ବହୁ ବକ୍ତା ମଧ୍ଯ ପଖାଳ ଭାତ ର ଉପକାରିତା ବାବଦରେ ସେମାନଙ୍କ ର ମତ ପ୍ରକାଶ କରିଥିଲେ। ଆମ ମହାପ୍ରଭୁ ଯଦି ପ୍ରତିଦିନ ପଖାଳ ଖାଉଛନ୍ତି ତେବେ ଆମେ ମଧ୍ଯ ପଖାଳ ଭାତ ଖାଇବା ଉଚିତ। ପରିଷଦର ସମସ୍ତ କାର୍ଯ୍ୟକ୍ରମ ରେ ବହୁ ସାଧୁ, ସନ୍ଥ, ଜ୍ଞାନୀ ପ୍ରବଚକ ସମ୍ମାନିଅ ବରିଷ୍ଠ ସେବାୟତ ଓ ବାଡଗ୍ରାହି ମାନେ ଯୋଗଦେଇ ଆମକୁ ଉତ୍ସାହିତ କରିବା ସହ ପରିଷଦ କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ପଣ୍ଡିତ ଦାଶରଥି ସାମନ୍ତରାୟ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟ ରେ ପ୍ରବଚନ ଦେଇଛନ୍ତି । ଆଜିର ଡିଜିଟାଲ ଦୁନିଆରେ ବହି ପଢିବା ଆଗ୍ରହ ଟିକେ କମ ଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୟୁ ଟ୍ୟୁବ ଚାନେଲ ଖୋଲାଯାଇ ପଣ୍ଡିତ ଦାଶରଥି ସାମନ୍ତରାୟ ଙ୍କ ଦ୍ଵାରା କରାଯାଇଥିବା ସ୍କନ୍ଦ ପୁରାଣ ର ୧୬ ଭାଗ, ଶ୍ରୀଜଗନ୍ନାଥ ପଞ୍ଚରାତ୍ର ର ୫ଟି ଭାଗ, ବୈଷ୍ଣବ ଭାବନା ରେ ଶ୍ରୀଜଗନ୍ନାଥ ୨ ଭାଗ, କାର୍ତିକେ ରାଧା ଦାମୋଦର, ହରି ନାମେ କି ରସ ଅଛି, ଶ୍ରୀକୃଷ୍ଣ ଭାଗବତ, ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ, ଚାଲ ଆମେ ବୁଲି ଯିବା ପୁରୀ କୁ,ଶ୍ରୀମନ୍ଦିର ର ଚାରିଦ୍ଵାର, ଡ ଆରତି କର ଙ୍କ କଳ୍ପବଟ, କ୍ଷେତ୍ରେଶ୍ୱରୀ ମା ବିମଳା, ପ୍ରଭାତ ନନ୍ଦ ଙ୍କ ସିଂହଦ୍ୱାର, ମହା ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ ଙ୍କ ଶ୍ରୀଜଗନ୍ନାଥ ଙ୍କ ଲୀଳା କୈବଲ୍ୟ, ପଣ୍ଡିତ କାଶୀନାଥ ମିଶ୍ର ଙ୍କ ନୀଳଚକ୍ରର ମାହାତ୍ମ୍ୟ, ରୋହିଣୀ କୁଣ୍ଡ ମାହାତ୍ମ୍ୟ ଓ ଅନ୍ୟାନ୍ୟ ବହୁ ଜ୍ଞାନୀ ପ୍ରବଚକ ଙ୍କ ଭିଡିଓ ଓ ପରିଷଦ ର କଳାକାର ମାନଙ୍କ ଦ୍ଵାରା ପୁରାତନ ଓ ପାରମ୍ପରିକ ଭଜନ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ପ୍ରସ୍ତୁତ ହୋଇ ୟୁ ଟ୍ୟୁବ ରେ ଛଡ଼ାଯାଇଛି। ଏହି ପ୍ରବଚନ ଭିଡିଓ ଗୁଡ଼ିକୁ ସମସ୍ତେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ୟୁ ଟ୍ୟୁବ ରୁ ଡାଉନ ଲୋଡ କରି ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ପଠାଇ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରିବାକୁ ସମସ୍ତଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆହ୍ଵାନ ଦିଆଯାଇଛି, ପ୍ରବଚନ ଭିଡିଓ ଗୁଡିକ ତଥ୍ଯ ଭିତିକ କରାଯାଇଥିବା ଯୋଗୁଁ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ରୂପେ ପରିଚିତ ହେବ, ପ୍ରବଚନ ଭିଡିଓ ଗୁଡିକ ଅତି ସରଳ ଓଡ଼ିଆ ଭାଷାରେ କରାଯାଇଛି, ଆସ ଆମେ ଖୋଜିବା ଭକ୍ତି ଓ ଭକ୍ତ ପ୍ରିୟ ଶ୍ରୀ ଜଗନ୍ନାଥ ଙ୍କୁ ପରି ସାଧାରଣ ଲୋକଙ୍କ ଅନୁଭବ ଓ ଅନୁଭୂତି ର ଭିଡିଓ କରି ମଧ୍ଯ ଛଡ଼ାଯାଇଛି। ସଙ୍କୀର୍ତ୍ତନ ଓ ପାଲାର ପୁନରୁଦ୍ଧାର ନିମନ୍ତେ ସ୍କନ୍ଦ ପୁରାଣ ଅନୁସାରେ ଭିଡିଓ କରାଯାଇଛି। ପରିଷଦ ପକ୍ଷରୁ ପ୍ରାୟ ୩୦୦ ଟି ଭିଡିଓ କରାଯାଇ ୟୁ ଟ୍ୟୁବ ରେ ଛଡାଯାଇଛି, ପରିଷଦ ପକ୍ଷରୁ ଆହ୍ଵାନ କରାଯାଉଛି । ଏହାକୁ ଡାଉନ ଲୋଡ କରି ନିଜେ ଦେଖିବା ସହ ଅନ୍ୟ ମାନଙ୍କୁ ଦେଖିବା ଓ ଶୁଣାଇବାକୁ ଅନୁରୋଧ କରାଯାଇଛି। ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ମହୋଦୟ ପରିଷଦର ଅନୁରୋଧ ରଖି ସମ୍ମାନ ଗ୍ରହଣ କରିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ ପ୍ରୟାସ କରିଥିବା ପଣ୍ଡିତ ଦାଶରଥି ସାମନ୍ତରାୟ, ପୂର୍ବତନ ପ୍ରଶାସକ ଭାସ୍କର ମିଶ୍ର, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଡ ଗୁରୁପ୍ରସାଦ ମହାପାତ୍ର ଆଜିର ବୈଠକରେ ରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରି ଉତ୍ସାହିତ କରିଥିବା ନିମନ୍ତେ ସେମାନଙ୍କୁ ପରିଷଦ ପକ୍ଷରୁ ଧନ୍ଯବାଦ ଜଣାଯାଇଛି। ଶେଷରେ ପରିଷଦର ଆହ୍ଵାନ ଥିଲା ଯେ ଶ୍ରଷ୍ଟା ଦ୍ଵାରା ସୃଷ୍ଟି ହୋଇଥିବା ହେ ମନୁଷ୍ୟ ଶ୍ରଷ୍ଟା ର ସ୍ରୁଷ୍ଟି ବିଷୟରେ ନିଜେ ଜାଣିବା ସହ ଅନ୍ୟ କୁ ଜଣାଇବାକୁ ପ୍ରୟାସ କର,ଆମେ ଯଦି ଇଶ୍ୱର ଙ୍କ ନିମନ୍ତେ କିଛି କରି ପାରୁଛୁ ଆପଣ ମାନେ ମଧ୍ୟ ତାଙ୍କ ପାଇଁ କିଛି ନିଆରା ଢଙ୍ଗରେ କାର୍ଯ୍ୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।