"ଓଡ଼ିଆ ଜାତିର ଅସ୍ମିତା"ଶ୍ରୀ ଗୁଣ୍ଡିଚା ଯାତ୍ରା ଆଲୋଚନାଚକ୍ର
ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ଆମରି ସତ୍ୟ ବିକାଶ ପରିଷଦ,ଜଟଣୀ ତରଫରୁ ଜବାହର ଲାଲ୍ ସୁବୁଦ୍ଧିଙ୍କ ସଭାପତିତ୍ବରେ ଏକ ଆଲୋଚନାଚକ୍ର ଖଣ୍ଡୁଆଳ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।"ଓଡ଼ିଆ ଜାତିର ଅସ୍ମିତା"..ଶ୍ରୀ ଗୁଣ୍ଡିଚା ଯାତ୍ରା..ବିଷୟରେ ନିମନ୍ତ୍ରିତ ଅତିଥିମାନେ ତାଙ୍କର ବକ୍ତବ୍ୟ ପ୍ରଦାନକରିଥିଲେ । ସମ୍ମାନୀତ ଅତିଥି ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଶ୍ରୀ ଜଗନ୍ନାଥ ହେଉଛନ୍ତି ସର୍ବଧର୍ମରସମନ୍ଵୟ, ଓଡ଼ିଆ ଜାତିର ମଉଡମଣି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଜାତି ଜଗନ୍ନାଥଙ୍କ ଉପସ୍ଥିତିକୁଅନୁଭବ କରିଥାଏ ବୋଲି ଉପସ୍ଥାପନା କରିଥିଲେ । ମୁଖ୍ୟବକ୍ତା ପଣ୍ଡିତ ରମାକାନ୍ତ ମିଶ୍ର ଶ୍ରୀ ଗୁଣ୍ଡିଚାଯାତ୍ରା ଯୋଗୁଁ ବିଶ୍ଵରେ ଓଡ଼ିଶା ଜଗନ୍ନାଥ ଦେଶ ବୋଲି ପ୍ରତିଷ୍ଠା ଅର୍ଜନ କରିପାରିଛି ସ୍ଵଂ ଜନ୍ମଠାରୁମୃତ୍ୟୁ ପର୍ଯ୍ୟନ୍ତ,ବିବାହ,ବ୍ରତ ଆଦି କାର୍ଯ୍ୟରେ ଜଗନ୍ନାଥଙ୍କୁ ଖୋଜାଯାଏ ବୋଲି ବର୍ଣ୍ଣନା କରିଥିଲେ ।ମୁଖ୍ୟ ଅତିଥି ଐତିହାସିକ ସତ୍ୟବାଦୀ ବଳିୟାରସିଂହ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଓଡ଼ିଆଭାଷାର ଐତିହ୍ୟ ସମ୍ବନ୍ଧରେ ସୁନ୍ଦର ମନ୍ତବ୍ୟ ପ୍ରକାଶ କରିଥିଲେ I ବ୍ରଜବନ୍ଧୁ ନାୟକ ସ୍ବାଗତଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମାଜସେବୀ କିଶୋର ଚନ୍ଦ୍ର ପାଇକରାୟ କାର୍ଯ୍ୟକ୍ରମଟି ଆୟୋଜନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କବିତାପାଠୋତ୍ସବରେ ସମରଜିତ ପଟ୍ଟନାୟକ ସଭାପତିତ୍ୱ ଏବଂ ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ସମ୍ପାଦିତ ହୋଇଥିଲା । ଡ.ପ୍ରମୋଦ ଚନ୍ଦ୍ର ଦାଶ,ଡ.ବିଭୁତିଭୂଷଣ ନନ୍ଦ,ନର୍ମଦା ଡୋରା,ମନୋରମା ପାଢି,ସୁଦର୍ଶନ ମହାପାତ୍ର ଆଲୋଚନାରେ ଯୋଗ ଦେଇଥିଲେ । ଶେଷରେ ଆଦି ନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।