କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ନିମନ୍ତେ ନୂତନ ୱେବ୍ ପୋର୍ଟାଲ ଆରମ୍ଭ

Jul 7, 2023 - 12:20
 103
କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ନିମନ୍ତେ ନୂତନ ୱେବ୍ ପୋର୍ଟାଲ ଆରମ୍ଭ

ଭୁବନେଶ୍ୱର: ଆଜି କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ନିମନ୍ତେ ଏକ ନୂତନ ୱେବ୍ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଏହି ସାମ୍ୱାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ଅଧୀନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯିବ। ସେହି ପରି ଜଣେ ସାମ୍ବାଦିକ କୌଣସି କାରଣରୁ ସ୍ଥାୟୀ ଅକ୍ଷମ ହେଲେ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତାର ବ୍ୟବସ୍ଥା ହୋଇଛି। ଏହି ଯୋଜନା ଅଧୀନରେ ପଞ୍ଜୀକୃତ ହେବା ପାଇଁ କାର୍ଯ୍ୟରତ ସାମ୍ବାଦିକ ମାନେ ଅନଲାଇନ୍ ରେ ଆବେଦନ କରିପାରିବେ। ଅନଲାଇନ୍ ରେ ପଞ୍ଜକରଣ ସୁବିଧା ଯୋଗାଇଦବା ପାଇଁ ଆଜିଠୁ ଓଡ଼ିଶା ସାମ୍ବାଦିକ କଲ୍ୟାଣ ଯୋଜନା ୱେବ୍ ପୋର୍ଟାଲ (https://owjws.odisha.gov.in) ଆରମ୍ଭ କରାଯାଇଛି।