ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨.୫ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨୫୦ କୋଟିର ସୁଧ ଫେରସ୍ତ କରାଗଲା । ସ୍କୁଟର ଯୋଜନାରେ ୫୨୮ କୋଟି ସୁଧ ଛାଡ଼ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ଏହି ଯୋଜନା ମା ମାନଙ୍କ ଗତିରେ ସ୍ୱାଧୀନତା ଆଣିବ। ୧୫ ହଜାର ମିଶନ ଶକ୍ତି ମହିଳା ସ୍କୁଟର ପାଇଲେ। ଗତି ହିଁ ଶକ୍ତି, ଗତି ହିଁ ସଶକ୍ତିକରଣ।