ବ୍ରାହ୍ମଣୀରେ ବୁଡ଼ିଗଲେ ଦୁଇ ସାଙ୍ଗ
ଯାଜପୁର: ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଜଣ ସାଙ୍ଗ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଂଚକରେ ଘଟିଛି ଏହି ଅଘଟଣ। ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ସାଙ୍ଗଙ୍କୁ ପାଣିରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ମେଡିକାଲ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।