ପୂଜା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ
ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ଗାଁ ଠୁ ସହର ସବୁଠି ଉତ୍ସବ। ଆଜି ମଣ୍ଡପରେ ଚାଲିଛି ସପ୍ତମୀ ପୂଜା ଓ ପୀଠେ ଅଷ୍ଟମୀ। ବିଭିନ୍ନ ଶକ୍ତିପୀଠରେ ଚାଲିଛି ଅଷ୍ଟମୀ ପୂଜା। ଷୋଳ ପାର୍ବଣ ର ଆଜି ହେଉଛି ଅନ୍ତିମ ଦିବସ। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିଲା ନୀତି। ଜଗତସିଂପୁର ମା ଶାରଳା ଓ ସମ୍ବଲପୁରରେ ମା ସମଲେଶ୍ଵରୀଙ୍କ ପୀଠରେ ଅଷ୍ଟମୀ ପୂଜା ହେଉଥିବାରୁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱରର ପୂଜା ମଣ୍ଡପରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ନୟାପଲ୍ଲି ପେଣ୍ଡାଲ ଗୁଜରାଟର ମଣି ମହଲ ଢାଞ୍ଚାରେ ତିଆରି ହୋଇଛି। ସେହିପରି ବମିଖାଲରେ ହସ୍ତୀନାପୁର ଓ ଝାରପଡ଼ାରେ ଗୋଲ୍ଡେନ ପ୍ୟାଲେସ ତିଆରି ହୋଇଛି।