ସୁନ୍ଦର ମୋ ଭାଷା ସାହିତ୍ୟ (ଅନନ୍ୟା) ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଅଂଶଗ୍ରହଣ ସ୍ୱରୂପ ପ୍ରଶଂସା ତଥା ମାନପତ୍ର ପ୍ରଦାନ

Dec 21, 2023 - 14:52
 40
ସୁନ୍ଦର ମୋ ଭାଷା ସାହିତ୍ୟ (ଅନନ୍ୟା) ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଅଂଶଗ୍ରହଣ ସ୍ୱରୂପ ପ୍ରଶଂସା ତଥା ମାନପତ୍ର ପ୍ରଦାନ

କୋରାପୁଟ :କେନ୍ଦୁଝର ଜିଲ୍ଲା ସ୍ଥିତ ଆନନ୍ଦପୁର ସ୍ଥିତ ସୁନ୍ଦର ମୋ ଭାଷା ସାହିତ୍ୟ (ଅନନ୍ୟା) ପକ୍ଷରୁ ଆୟୋଜିତ କବିତା ପ୍ରତିଯୋଗିତାରେ ଅଂଶଗ୍ରହଣ ସ୍ୱରୂପ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ତଥା ମାନପତ୍ର ପ୍ରଦାନ କରାଯାଇଅଛି lଏହି ଯୁବ ଅଧ୍ୟାପକ ଜଣକ କୋରାପୁଟ ଜିଲ୍ଲା ପାଡୁଆ ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଟନ୍ତି l ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ସହ ଜଡିତ ହୋଇ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିବା ଦେଖାଦେଇଅଛି l ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ସେନାପତି, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, ସମ୍ପାଦକ ଶ୍ରୀଯୁକ୍ତ ଡ଼. ନାରାୟଣ ଚନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତ ସାରସ୍ୱତ ଜୀବନ କୁସୁମିତ ତଥା ଅଗ୍ରଗତିଶୀଳ ହେଉ ବୋଲି ଶୁଭକାମନା ଜଣାଇଅଛନ୍ତି l ତେବେ ଏହି ଅବସରରେ କେନ୍ଦୁଝର ସ୍ଥିତ ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ସୁନ୍ଦର ମୋ ଭାଷା ସାହିତ୍ୟ ( ଅନନ୍ୟା) ଅନୁଷ୍ଠାନ ପକ୍ଷରୁ ଏହି ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ସୁନ୍ଦର ମୋ ଭାଷା ସାହିତ୍ୟ (ଅନନ୍ୟା)ର ସହ ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର, ଙ୍କ ସହ ଅନୁଷ୍ଠାନର ସଂଯୋଜନା ସହାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁଯୋଗ ଦେଇ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ସହ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l ଏହି କାର୍ଯ୍ୟକ୍ରମରେ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ବେଶ୍ ଖୁସି ଅନୁଭବ କରି ଅନୁଷ୍ଠାନର ସମ୍ପାଦକ, ସହ ସମ୍ପାଦକ, ମୁଖ୍ୟ ଅତିଥି, ସଭାପତିଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳିଅଛି l