ସ୍କୁଟରକୁ ଧକ୍କା ଦେଲା ମୋ ବସ୍, ଜଣେ ମୃତ

Sep 25, 2024 - 21:31
 4

ଭୁବନେଶ୍ୱର: ଆଜି ମୋ ବସ୍ ଧକ୍କାରେ ଜଣେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଛି। ରଘୁନାଥପୁର ଛକରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଉଛନ୍ତି ନିରଞ୍ଜନ ପଣ୍ଡା। ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ। ଦୁର୍ଘଟଣା ଘଟାଇଥିବା ମୋ ବସ୍‌କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।