ଦୁର୍ଘଟଣାରେ ୩ ମୃତ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଯୋଡ଼େଙ୍ଗା ନିକଟରେ ଅଟୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଅଟୋରେ ବସିଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୨ ମହିଳା। ଯୋଡ଼େଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ୮ ଜଣଙ୍କ ଚିକିତ୍ସା ଚାଲିଛି। ଆହତଙ୍କୁ ଉଦ୍ଧାର କଲେ ପୂର୍ବତନ ବିଧାୟକ ସୁବାସ ଗଣ୍ଡ। ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଆହତଙ୍କୁ କଲେ ଉଦ୍ଧାର।