ଶିମିଳିପାଳରୁ ଦେଶୀ ବନ୍ଧୁକ ଜବତ

Oct 31, 2023 - 09:02
 7
ଶିମିଳିପାଳରୁ ଦେଶୀ ବନ୍ଧୁକ ଜବତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଜବତ ହୋଇଛି ୭୧ଟି ଦେଶୀ ବନ୍ଧୁକ। ଅଭୟାରଣ୍ୟରେ ପୋଲିସ୍ ପକ୍ଷରୁ ହୋଇଥିବା ସନ୍ଧାନ ବେଳେ ବନ୍ଧୁକ ଜବତ କରାଯାଇଛି। ଶିମିଳିପାଳର ୯ଟି ଥାନା ଅଧୀନରେ ଥିବା ଗାଁରୁ ଜବତ ହୋଇଥବା ସୂଚନା ମିଳିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ଶିମିଳିପାଳରୁ ବନ୍ଧୁକ ଜବତ ହେବା ସହ ଶିକାରୀ ଗିରଫ ହୋଇଥିଲେ।