ରଘୁବର ଦାସଙ୍କର ଓଡ଼ିଶା ରାଜ୍ୟପାଳ ଭାବରେ ଶପଥ ଗ୍ରହଣ

ଭୁବନେଶ୍ୱର: ରଘୁବର ଦାସ ଅଜି ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଭୁବନେଶ୍ୱର ରାଜ ଭବନରେ ଶପଥ ପାଠ କରାଇଛନ୍ତି। ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରମିଲା ମଲ୍ଲିକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ। ଶପଥ ଗ୍ରହଣ ସମାରୋହ ପୂର୍ବରୁ ସକାଳେ ନୂତନ ରାଜ୍ୟପାଳ ପ୍ରଭୁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ।