ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ସମସ୍ତ ଶୈବପୀଠ। ଭୁବନେଶ୍ୱରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ ରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଛି। ସେହିପରି ପୁରୀ ଶ୍ରୀ ଲୋକନାଥଙ୍କ ପୀଠରେ ଧାଡ଼ି ଦର୍ଶନ ପାଇଁ କରାଯାଇଛି ଲମ୍ବା ବାରିକେଡ୍ ବ୍ୟବସ୍ଥା। ଶ୍ରୀ ଲୋକନାଥଙ୍କ ପୀଠରେ ଭୋର୍ ୩ଟାରେ ଉଠିବ ମହାଦୀପ। କଟକ ଜିଲ୍ଲା ଆଠଗଡ଼ରେ ଥିବା ବାବା ଧବଳେଶ୍ଵରଙ୍କ ପୀଠରେ ମଧ୍ଯ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଧବଳେଶ୍ଵର ପୀଠରେ ରାତି ୧ଟାରେ ଉଠିବ ମହାଦୀପ। ସେହିପରି ନୟାଗଡ଼ରେ ଥିବା ଲଡ଼ୁ ବାବାଙ୍କ ପୀଠରେ ରାତି ୧୨ ରେ ଉଠିବ ମହାଦୀପ। ଢେଙ୍କାନାଳ ଜିଲ୍ଲା କପିଳାସରେ ଭୋର୍ ୪.୨୦ ରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଛି।