ଜଟଣୀରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

Mar 29, 2024 - 21:08
 8

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବେଆଇନ ବାଣ କାରଖାନା ଉପରେ ଚଢ଼ାଉ ବେଳେ ଜବତ କରାଯାଇଛି ବିସ୍ଫୋରକ ସାମଗ୍ରୀ। ମେଲଣ ପାଇ ଚାଲିଥିଲା ବେଆଇନ ବାଣ ପ୍ରସ୍ତୁତି। ଚଢାଉ ବେଳେ ୪୦ କେଜିର ବିସ୍ଫୋରକ ଜବତ ହୋଇଥିବା ଜଣାପଡ଼ିଛି। ଜଣକୁ ଗିରଫ କରିଛି ଜଟଣୀ ଥାନା ପୋଲିସ।