ଭୁବନେଶ୍ବରରେ ନକଲି କଲ୍ ସେଣ୍ଟର୍ ଠାବ

Oct 16, 2024 - 21:08
 65

ଭୁବନେଶ୍ୱର: ଭୁବନେଶ୍ବରରେ ନକଲି କଲ୍ ସେଣ୍ଟର୍ ଠାବ କଲା କମିଶନରେଟ୍ ପୋଲିସ୍। ସୁନ୍ଦରପଦା ଅଞ୍ଚଳରେ ଥିବା କାଞ୍ଚନ ଆପାର୍ଟମେଣ୍ଟର ଏ ୨୦୫ ବ୍ଲକ୍ ରେ ଚାଲିଥିଲା ଏହି କଲ୍ ସେଣ୍ଟର୍। ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ସାଇବର ଓ ଏଆରଫିଲ୍ଡ ଥାନା ପୋଲିସ୍। ଘଟଣାସ୍ଥଳରୁ ସିମ୍ ବକ୍ସ ଭଳି ଦେଖାଯାଉଥିବା କିଛି ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ୍।