ସ୍ଵାମୀ ଦେବାନନ୍ଦ ଶିଶୁ ମନ୍ଦିର ଛତାବର ର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଛତାବର ଗ୍ରାମ ରେ ଅବସ୍ଥିତ ସ୍ଵାମୀ ଦେବାନନ୍ଦ ଶିଶୁ ମନ୍ଦିର ସ୍କୁଲ ର ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଡ଼ ନାରାୟଣ ମହାପାତ୍ର ସମ୍ମାନିୟ ଅତିଥି, ଯଯାତି କୁମାର ସ୍ଵାଇଁ, ବିଷ୍ନୁ ପ୍ରସାଦ ଡେଙ୍ଗ, ଇଁ ଦିଲ୍ଲୀପ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଡ ବିଶ୍ୱରଞ୍ଜନ ରଥ ଯୋଗ ଦେଇଥିଲେ। ଏହି ସଭା କୁ ସମୀର କୁମାର ବେହେରା ଓ ଗୌରାଙ୍ଗ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଶିଶୁ ମନ୍ଦିର ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତା ପରେ ସ୍କୁଲ ର ପ୍ରଧାନ ଆଚାର୍ଯ୍ଯ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନେ ଦୀର୍ଘ ୧୭ ବର୍ଷ ହେବ ସ୍କୁଲ ବିଭିନ୍ନ ସମସ୍ଯା ଭିତେର ଗତି କରି ଚାଲି ଆସୁଛି ଜାଣି ବହୁତ ଖୁସି ହୋଇଥିଲେ ଏବଂ ଶିଶୁ ମନ୍ଦିର ର ଗୁରୁ ଓ ଗୁରୁ ମା, ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ମାନଙ୍କୁ ଧନ୍ଯବାଦ ଜ୍ଞାପନ କରିଥିଲେ। ଅତିଥି ମାନେ ଉପସ୍ଥିତ ପିଲା ଓ ତାଙ୍କ ଅଭିଭାବକ ମାନଙ୍କୁ ତାଙ୍କର ଆଶ୍ରି ବଚନ ଦେଇଥିଲେ। ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ଉତ୍ତିର୍ଣ୍ଣ ପିଲା ମାନଙ୍କୁ ଶିଶୁ ମନ୍ଦିର ତରଫରୁ ପୁରଷ୍କୃତ କରାଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟ ଛୋଟ ପିଲା ମାନଙ୍କ ଦ୍ଵାରା ନାଚ ଗୀତ ଓ ନାଟକ ପରିବେଷିତ ହୋଇଥିଲା। ଏଥିରେ ସମସ୍ତେ ଆନନ୍ଦିତ ହୋଇଥିଲେ। ସର୍ବ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଅଭିଭାବକ ଓ ପିଲା ମାନଙ୍କୁ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ସଫଳ କରି ଥିବାରୁ ଧନ୍ଯବାଦ ଜ୍ଞାପନ କରାଯାଇଥିଲା।