ହରିଦ୍ଵାରର ଭୂମାନିକେତନ ସପ୍ତସ୍ଵର ମାର୍ଗ ଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଶୁଭ କାର୍ଯ୍ୟ ଆରମ୍ଭ

Dec 1, 2023 - 17:26
 10
ହରିଦ୍ଵାରର ଭୂମାନିକେତନ ସପ୍ତସ୍ଵର ମାର୍ଗ ଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଶୁଭ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର:- ଭୂମାନିକେତନ ସପ୍ତସ୍ଵର ମାର୍ଗ ହରିଦ୍ଵାରର ଅବସ୍ଥିତ ମଠ ପରିସରରେ ନୂଆ କରି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହରିଦ୍ଵାର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଟ୍ରଷ୍ଟ ର ଚେୟାରମ୍ୟାନ ହରିଦ୍ଵାର ପିଠାଧିଶ୍ୱର ଅନନ୍ତ ଶ୍ରୀ ବିଭୂଷିତ ଦଣ୍ଡିସ୍ୱାମି ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ତୀର୍ଥ ଜୀ ମହାରାଜ।ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ଵାରର ମହା ସଚିବ ତଥା ମ୍ୟାନେଜିଂ ଟ୍ରଷ୍ଟି ଇଁ.ରବି ନାରାୟଣ ମହାପାତ୍ର, ଉପ ସଭାପତି ଶ୍ରୀମତୀ କନକ ଲତା ମହାପାତ୍ର ମୁଖ୍ୟ ଉପଦେଷ୍ଟା ରାଜେନ୍ଦ୍ର ଶର୍ମା ଓ ସଂପାଦକ ସନ୍ତୋଷ ମିଶ୍ର ଓ ହରିଦ୍ଵାର ନିବାସୀ ଓଡ଼ିଆ ସମାଜ ର ସଦସ୍ୟ ମାନଙ୍କ ଉପସ୍ଥିତିରେ ମନ୍ଦିର ନିର୍ମାଣ ନିମିତ୍ତ ଶୁଭ ଉଦ୍ଘାଟନ ୨୯.୧୧.୨୩. କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ନିର୍ମାଣ ଦିଗର ପ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ୱାର ର ମ୍ୟାନେଜିଂ ଟ୍ରଷ୍ଟୀ ଇଁ ରବିନାରାୟଣ ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏହି ମନ୍ଦିର ନିର୍ମାଣ ନିମନ୍ତେ ଯେଉଁ ମାନେ ଅନୁଦାନ ଦେବାକୁ ଚାହୁଛନ୍ତି, ସେମାନେ ନିମ୍ନ ପ୍ରଦତ୍ତ ଟ୍ରଷ୍ଟ ଆକାଉଣ୍ଟରେ ଡିପୋଜିଟ କରିବାକୁ ବିନମ୍ର ଅନୁରୋଧ କରା ଯାଇଥିଲା SriJagannath charitable trust, AC no.110091807774 ISFC:CNRB 0002487 Canara Bank,Saheed Nagar, Bhubaneswar ନିର୍ମାଣାଧିନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିମନ୍ତେ ଓଡିଶା ବାସୀ ତଥା ସ୍ଥାନୀୟ ବ୍ଯକ୍ତି ବିଶେଷଙ୍କର ସାହାଯ୍ଯ ଓ ସହଯୋଗ କରିବାକୁ ବିନମ୍ର ଅନୁରୋଧ କରାଯାଇଥିଲା।