ଶରତ ପାଇକରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ

Dec 1, 2023 - 17:27
 113
ଶରତ ପାଇକରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ

ଜଟଣୀ: ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଘାଟନ ମହାବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷ ଅରୁଣ କୁମାର ଭୂୟାଁଙ୍କ ସଭାପତିତ୍ୱରେ ସମ୍ପର୍ଣ୍ଣ ହୋଇଯାଇଛି। ନୋଡ଼ାଲ ଅଫିସର ଅଧ୍ୟାପକ ପ୍ରେମାନନ୍ଦ ମହାରଣାଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ପ୍ରଧାନ ଅତିଥି ରୂପେ ଯୋଗ ଦେଇଥିଲେ। ଉଦଘାଟନ ଦିବସର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସମ୍ମୁଖରେ ଓଡ଼ିଆ ଓ ହିନ୍ଦୀ ଭାଷାରେ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରମୁଖ ପ୍ରତିଯୋଗୀମାନେ ହେଲେ ତୁଳସୀ ପ୍ରଧାନ, ସୋନାଲିକ ସମନ୍ତରାୟ, ବର୍ଷା କାଳିଆ, ହରପ୍ରିୟା ବାରିକ,ମଧୁସ୍ମିତା ପରିଡ଼ା ଓ ଶୁଭସ୍ମିତା ପୃଷ୍ଟି। ସାଂସ୍କୃତିକ କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପକ ସନ୍ତୋଷ କୁମାର ହରିଚନ୍ଦନଙ୍କ ସମେତ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟାପକ ପ୍ରଭାକର କୁଣ୍ଡୁ, ଗ୍ରନ୍ଥାଗାର ସତ୍ୟବ୍ରତ ହରଣସିଂ, କ୍ରୀଡ଼ା ଶିକ୍ଷକ ଶଶିକାନ୍ତ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅଧ୍ୟାପକ ମୁରଲୀଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।