ତରୁଣ ପ୍ରଜ୍ଞା ଭାରତୀ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ

କୋରାପୁଟ/ଜୟପୁର:( ରିପୋର୍ଟ ତ୍ରିନାଥ ପଟ୍ଟନାୟକ): ଆଜି ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ନାନାବାୟା, ଓଡିଶୀ ଓ ଲୋକନୃତ୍ୟ ପ୍ରତିଯୋଗିତା ପଞ୍ଚାନନ ମନ୍ଦିର ପରିସରରେ ସକାଳ ୯.୦୦ ଘଣ୍ଟରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୦୦ ଘଣ୍ଟ ପର୍ଯ୍ୟନ୍ତ ଚାଲିଥିଲା। ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସାଧାରଣ ବର୍ଗର ପୁରୁଷ/ମହିଳାମାନେ ଯୋଗଦାନ କରି କୃତିତ୍ୱ ହାସଲ କରିଥିଲେ। ଏଥିରେ ଅନୁଷ୍ଠାନର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର, ଉପସଭାପତି ରାମ ଶଙ୍କର ଷଡଙ୍ଗୀ, ସମ୍ପାଦକ ଯଜ୍ଞେଶ୍ୱର ପଣ୍ଡାଙ୍କ ସହ ରବୀନ୍ଦ୍ର ମହାରଣା, ହେମନ୍ତ କୁମାର ଚନ୍ଦ, ତିରୁପତି ପାତ୍ର, ପ୍ରମୋଦ ରାଉଳ, ଲିପିକା ଦଳେଇ, ବବିତା ମହାରଣା ପ୍ରମୁଖ ସଦସ୍ୟମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ। ବିଚାରକ ଭାବେ ସୁଶ୍ମିତା ରଥ, ସବିତା ତ୍ରିପାଠୀ, କବିତା ସାହୁ, ଗୀତା ଜୟନ୍ତୀ ପାତ୍ର, ୱାଇ ଗୌରୀ ଶଙ୍କର, ପ୍ରଫୁଲ୍ଲ କୁମାରୀ ମହାଙ୍କୁଡ, ମୁ. ସରିଫ, ନୃସିଂହ ପ୍ରସାଦ ଷଡଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ। ଆସନ୍ତା ୧୦.୧୨.୨୦୨୩ ରବିବାର ଦିନ ସକାଳ ୮.୦୦ ଘଣ୍ଟରୁ ପର୍ବତାରୋହଣ ପ୍ରତିଯୋଗିତା ନାକଟିଡଙ୍ଗର ପାହାଡ଼ ଠାରେ ଅନୁଷ୍ଠିତ ହେବ। ଆସନ୍ତା ୧୭.୧୨.୨୦୨୩ ରବିବାର ଅପରାହ୍ନ ୩ ଘଣ୍ଟା ସମୟରେ ସନ୍ଧ୍ୟା ଫଙ୍କସନ୍ ହଲ୍ ରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ସମସ୍ତ କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସଭାପତିଙ୍କ ଠାରୁ ପ୍ରକାଶ।