ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଶୀତ ଦିନ ଅବସରରେ ଦିବ୍ୟାଙ୍ଗ ପୁରୁଷ ଓ ମହିଳା ଙ୍କୁ ସୁଇଟର ପ୍ରଦାନ

Jan 10, 2024 - 16:23
 7
ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଶୀତ ଦିନ ଅବସରରେ ଦିବ୍ୟାଙ୍ଗ ପୁରୁଷ ଓ ମହିଳା ଙ୍କୁ ସୁଇଟର ପ୍ରଦାନ

ଭୁବନେଶ୍ୱର: ସତ୍ୟନାରାୟଣ ସେନାପତି, ରାଧାରାଣୀ ସେନାପତି ଓ ଜୟ ମା ଭବାନୀ ଟ୍ରଷ୍ଟ ର ମିଳିତ ସହଯୋଗରେ ୩୦ ଜଣ ଦିବ୍ୟାଙ୍ଗ ପୁରୁଷ ଓ ମହିଳା ମାନଙ୍କୁ ଶୀତ ଦିନ ନିମନ୍ତେ ସୁଇଟର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଏହି ପରି କଲ୍ଯାଣ ମୂଳକ କାର୍ଯ୍ୟକ୍ରମ ସର୍ବଦା କରାଯାଇଥାଏ। ଅବହେଳିତ ଅବସ୍ଥାରେ ରହିଥିବା ଛୋଟ ପିଲା ଓ ସାଧାରଣ ବରିଷ୍ଠ ଲୋକଙ୍କ ପାଇଁ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ବର୍ଷ ର ବିଭିନ୍ନ ସମୟରେ ସର୍ବଦା କରାଯାଇଥାଏ। ବହୁ ସମୟରେ ରନ୍ଧା ଖାଦ୍ୟ ମଧ୍ଯ ଖାଇବାକୁ ପାଉ ନ ଥିବା ଲୋକ ମାନଙ୍କୁ ଯୋଗାଇ ଦିଆଯାଏ। ଆଜିର କାର୍ଯ୍ୟକ୍ରମ ରେ ଡ ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ଶ୍ରୀନିବାସ ରାଓ, ରାହୁଲ ପଳେଇ ଓ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।