ଜାନୁଆରୀ ୧୬ରୁ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା
ପୁରୀ: ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ପୁରୀ ମାଳତିପାଟପୁର ବସ୍ ଷ୍ଟାଣ୍ଡରୁ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ ଗଡ଼ିବ ସ୍ଵତନ୍ତ୍ର ବସ୍। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର।