ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କର ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଶାର ଜଣେ ପ୍ରତିଷ୍ଠିତ ଏନଂ ସୁନାମଧନ୍ୟ ସାହିତ୍ୟିକ ଭାବେ ଜଣାଶୁଣା ସାତକଡି ହୋତା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ। ସାତକଡ଼ି ହୋତାଙ୍କର ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶୋକ ଚନ୍ଦ୍ର ପଣ୍ଡା ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।