ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଲିଅନ୍ତାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଜଶୁଆପୁର ବାଲିଅନ୍ତା ଅଞ୍ଚଳର ଶ୍ରୀରଞ୍ଜନ ମହାପାତ୍ରଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯଶୁଆପୁର ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ସ ଜି ଆଇ ହସପିଟାଲ ପକ୍ଷରୁ ହୋଇଥିବା ଶିବିରରେ ଆଖି ପରୀକ୍ଷା ଓ ଡ ମୋହନ ଡାଇବେଟିକ ପକ୍ଷରୁ ରକ୍ତ ପରୀକ୍ଷା ଓ ବ୍ଲଡ ପ୍ରେସର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା, ହୋମିଓ ପାଥି ଡାକ୍ତର ରବିନ କରଙ୍କ ପରାମର୍ଶ ଅନୁଯାୟୀ ମାଗଣା ଔଷଧ ମଧ୍ଯ ରୋଗୀ ମାନଙ୍କୁ ବଣ୍ଟା ଯାଇଥିଲା । କାର୍ଯ୍ୟକ୍ରମରେ ହାଇ ସ୍କୁଲର ପିଲା ମାନଙ୍କର ଓ ଗ୍ରାମବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାହୁଲ ପଳେଇ ଶ୍ରୀନିବାସ ରାଓ ଓ ଅନ୍ୟନ୍ୟ ବନ୍ଧୁ ମାନେ ଯୋଗ ଦେଇ ସହଯୋଗ କରିଥିଲେ ।