ଭୁବନେଶ୍ବରରେ ଗର୍ଜିଲେ ହଜାର ହଜାର ମତ୍ସଜୀବୀ

Feb 27, 2024 - 12:08
 9
ଭୁବନେଶ୍ବରରେ ଗର୍ଜିଲେ ହଜାର ହଜାର ମତ୍ସଜୀବୀ

ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ମତ୍ସଜୀବୀ। ଗତକାଲି ରାତିରେ ପାରାଦୀପ ଅଞ୍ଚଳରୁ ଆସି ଆଜି ସକାଳୁ ୬ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ମତ୍ସଜୀବୀ। ପ୍ରମୁଖ ଦାବି ହେଉଛି ଡିଜେଲ୍ ସବ୍ସିଡି ପ୍ରଦାନ। ତିନି ମାସ (ମେ, ଜୁନ୍ ଓ ଜୁଲାଇ) ଯାଏଁ ବୋଟ ଚଳାଚଳ ବନ୍ଦ ଯୋଗୁଁ ଅସୁବିଧାରେ ସମ୍ମୁଖୀନ ହେବେ ମତ୍ସଜୀବୀ ପରିବାର। ତେଣୁ ଏହି ତିନି ମାସ ତାଙ୍କୁ ଭତ୍ତା ଓ ରାସନ୍ ଚାଉଳ ଯୋଗାଇଦେବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି।