ଅଟୋ ଉପରେ ଚଢ଼ିଗଲା ଟ୍ରକ୍; ଜଣେ ମୃତ, ୩ ଗୁରୁତର

Feb 27, 2024 - 12:09
 8

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆସିକା ମୁଖ୍ୟ ରାସ୍ତାର ରାଜପୁର ଛକ ନିକଟରେ ଅଟୋ ଉପରେ ଚଢ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଇଟାଭାଟି ଶ୍ରମିକ ବୋଲି ଜଣାପଡ଼ିଛି। ଆହତମାନେ ହେଲେ ରାମନାଥ ବରଜା ଓ କୁନି ବରଜା ଓ ଫୁଲମତି ବରଜା। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଅଟୋଟି ଇଟା ଭାଟି ଶ୍ରମିକଙ୍କୁ ନେଇ ଦିଗପହଣ୍ଡିରୁ ପାଟପୁର ଅଭିମୁଖେ ଯାଉଥିଲା। ରାଜପୁର ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକଟି ଅଟୋ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଦିଗପହଣ୍ଡି ପୁଲିସ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ହେବାରୁ ଆହତମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।