ଖାରବେଳ ଇଷ୍ଟେଟ ଉନ୍ନୟନ ପରିଷଦ ନଖରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କଥାମୃତ ଅନୁଷ୍ଠିତ

Mar 12, 2024 - 20:40
 9
ଖାରବେଳ ଇଷ୍ଟେଟ ଉନ୍ନୟନ ପରିଷଦ ନଖରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କଥାମୃତ ଅନୁଷ୍ଠିତ

କଟକ : ଖାରବେଳ ଇଷ୍ଟେଟ ଉନ୍ନୟନ ନଖରା ପକ୍ଷରୁ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବରର ସହଯୋଗରେ କରାଯାଇ ଥିଲା, ପ୍ରଥମେ କେ ଲକ୍ଷ୍ମୀନାରାୟଣ ବାଳକୃଷ୍ଣ ପଣ୍ଡା ଓ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ । ସୋସାଇଟୀର ସଭାପତି ବେଣୁଧର ମହାନ୍ତି ସମ୍ପାଦକ ଅକ୍ଷୟ କୁମାର ଉପାଧ୍ୟାୟ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଓ ସଂସ୍କୃତି ପରିଷଦ ସଦସ୍ୟ ମାନଙ୍କୁ ସ୍ୱାଗତ କରି ଥିଲେ । ପରିଷଦ ପକ୍ଷରୁ ସଭାପତି ସଞ୍ଚିତା ମହାନ୍ତି ଓ ପ୍ରଭାତ କୁମାର ନନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ ବିଷୟ ରେ ସମ୍ୟକ ସୂଚନା ଦେଇଥିଲେ, ସୋସାଇଟୀ ପକ୍ଷରୁ ପ୍ରବକ୍ତା ଭାସ୍କର ବେହେରା ଙ୍କୁ ସ୍ଵାଗତ କରି ସମ୍ଵର୍ଦ୍ଧିତ କରି ଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧୀୟ ତଥ୍ଯଗୁଡ଼ିକୁ ସଭାରେ ପ୍ରକାଶ କରିଥିଲେ ଆଜିର କାର୍ଯ୍ୟକ୍ରମରେ ଉପ ସଭାପତି ରବିନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ବରିଷ୍ଠ ସଦସ୍ୟ ରବି ନାରାୟଣ ମିଶ୍ର, ନିରଞ୍ଜନ ପଣ୍ଡା ଗାନ୍ଧୀ ଚୌଧୁରୀ ଗୌରାଙ୍ଗ ଚରଣ ନାୟକ ଅଖିଳ କୁମାର ସାହୁ, ବିଷ୍ନୁପଦ ଦାଶ, ମଲୟ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।