୨୪ ଘଣ୍ଟିଆ ମୋହନା ବନ୍ଦ
ମୋହନା: ଆଜି ଗଜପତି ଜିଲ୍ଲା ମୋହନାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏନ୍ ଏ ସି ମାନ୍ୟତା ଦାବିରେ ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ଏହି ବନ୍ଦ ପାଳନ କରିବ ମୋହନା କ୍ରିୟାନୁଷ୍ଠାନ କମିଟି। ବଡ଼ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ବ୍ରହ୍ମପୁରରୁ ରାୟଗଡ଼ା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।