ସକାଳ ୮:୩୦ ରେ ୩୮ ଡିଗ୍ରୀ ଉପରେ ଓଡ଼ିଶାର ୩ ସହର
ଭୁବନେଶ୍ୱର: ଆଜି ସକାଳ ୮:୩୦ ରେ ୩୮ ଡିଗ୍ରୀ ଉପରେ ରହିଥିଲା ଓଡ଼ିଶାର ୩ଟି ସହରର ତାପମାତ୍ରା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ର ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ୩୮ ଡିଗ୍ରୀ ରହିଥିବା ସୂଚନା ମିଳୁଛି।