ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ଓଡ଼ିଶା
ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ହୋଇଉଠିଛି ଓଡ଼ିଶା। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବେଦପାଠ ଓ ମନ୍ତ୍ରଧ୍ଵନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ସମ୍ମୁଖ। ବାଲେଶ୍ଵର ଜିଲ୍ଲା ଭୋଗରାଇରେ ଥିବା ବାବା ଚନ୍ଦନେଶ୍ଵର ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସେହିପରି କଟକ ଦୋଳମୁଣ୍ଡାଇରେ ଏକାଠି ହେଲେ ସହରର ବିମାନ। ସଙ୍କୀର୍ତ୍ତନରେ ସାହି ବୁଲିଲେ ରାଧା ମାଧବ।