ଓଡ଼ିଶାରେ ଦ୍ବିତୀୟ ଅଂଶୁଘାତ ମୃତ୍ୟୁ
ଭୁବନେଶ୍ୱର: ଓଡ଼ିଶାରେ ଅଂଶୁଘାତରେ ସରକାରୀ ଭାବେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ପରେ ଢେଙ୍କାନାଳରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ରେ ପହଞ୍ଚିଛି। ସୁନ୍ଦରଗଡ଼ରେ ସର୍ବାଧିକ ୬୦, ମୟୂରଭଞ୍ଜରେ ୪୦ ଆକ୍ରାନ୍ତ ହୋଇଛନ୍ତି। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ଏହି ସୂଚନା ମିଳିଛି।