ପଶ୍ଚିମ ଓଡ଼ିଶାରେ ୧୬ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା: ପିକ୍ ଆୱାରରେ କାମ କରିବା ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନା
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କାଲି ୧୬ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ପିକ୍ ଆୱାରରେ କାମ କରିବା ଯୋଗୁଁ ହୋଇଥିବା ପ୍ରାରମ୍ଭିକ ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ସାହୁ କହିଛନ୍ତି ଯେ ତଦନ୍ତ କଲା ପରେ ମୃତ୍ୟୁର ପ୍ରକୃତ କାରଣ ନେଇ ସ୍ପଷ୍ଟ ହେବ। ମୃତକମାନେ ପିକ୍ ଆୱାରରେ କାମ କରୁଥିବା ପ୍ରାରମ୍ଭିକ ସୂଚନା ମିଳିଛି। ପିକ୍ ଆୱାର କାମ ବାରଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ନିର୍ଦ୍ଦେଶ ଉଲ୍ଲଂଘନ କରିବେ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିନ ୧୧ରୁ ୩ଟା ମଧ୍ୟରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।