ଆଜି ରଥଯାତ୍ରାର ଦ୍ବିତୀୟ ଦିନ
ପୁରୀ: ଆଜି ରଥଯାତ୍ରାର ଦ୍ବିତୀୟ ଦିନ। ଅଧାବାଟରେ ଅଟକିଛି ଶ୍ରୀବିଗ୍ରହଙ୍କ ତିନି ରଥ। ମରିଚିକୋଟ ଛକରେ ଅଟକିଛି ତାଳଧ୍ବଜ ରଥ, ରାଜନଅର ନିକଟରେ ଅଟକିଛି ଦର୍ପଦଳନ ରଥ ଓ ସିଂହଦ୍ବାରର ୨ ପାଦ ଆଗରେ ନନ୍ଦିଘୋଷ ରଥ। ଅଧାରେ ଅଟକିଥିବା ତିନିରଥକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଟାଣିନେବେ ଭକ୍ତ । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରି ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳୁ ପୁରୀ ବେଳାଭୂମିରେ ପ୍ରାତଃ ଭ୍ରମଣ କରିଥିଲେ ରାଷ୍ଟ୍ରପତି।