ଆଜି ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଜନସମୁଦ୍ର
ପୁରୀ: ଆଜି ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର। ଆଜି ଦିନ ୧:୨୦ ରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ସାଢେ଼ ୨ଟା ସୁଦ୍ଧା ସରିବ ଛେରାପହଁରା ନୀତି। ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ରଥଯାତ୍ରା। ଏଥର ଗୋଟିଏ ଦିନରେ ପଡ଼ିଛି ନବଯୌବନ, ଉଭା ଓ ରଥଯାତ୍ରା। ଏହି ବିରଳ ସଂଯୋଗ ୫୩ ବର୍ଷ ପରେ ପଡ଼ିଛି। ଚଳିତ ବର୍ଷ ଦୁଇ ଦିନ ହେବ ରଥଟଣା।