ବଜ୍ରାଘାତରେ ୩ ମୃତ

Aug 17, 2024 - 20:04
 8

ଭୁବନେଶ୍ୱର: ବଜ୍ରାଘାତରେ ଦମ୍ପତି ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ନିକଟ ବିଲରେ ବଜ୍ରପାତ ହୋଇଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଆଗରପଡ଼ା ଥାନା ସାହୁପଡ଼ାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।