ସିଂହ, ବାଘ ଠୁ ବଳବାନ ମଶା !

Aug 18, 2024 - 18:24
 84
ସିଂହ, ବାଘ ଠୁ ବଳବାନ ମଶା !

ଶାରିରୀକ ଦୃଷ୍ଟିରୁ ସିଂହ ଓ ବାଘ ବଳବାନ ହୋଇପାରନ୍ତି। କିନ୍ତୁ ଛୋଟ ଆକାର ହେଲେ ହେଁ ମଶା ଅଧିକ ଘାତକ ସାବ୍ୟସ୍ତ ହୋଇଛି।
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ୫୮ବର୍ଷ ବୟସରେ ମଶା ଦଂଶନ କାରଣରୁ ଡେଙ୍ଗୁରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ବିଶ୍ୱରେ ବାର୍ଷିକ ମଶା ନେଉଛି ଦଶ ଲକ୍ଷ ଲୋକଙ୍କ ଜୀବନ। ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଆଧାରରେ ପ୍ରସ୍ତୁତ ଓଡିଆ ସିନେମା ଦମନ କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ ମିଳିଛି କିନ୍ତୁ ଦୁର୍ଗମ ଅଞ୍ଚଳରେ ଶତ ପ୍ରତିଶତ ମ୍ୟାଲେରିଆ ଏବେ ବି ନିରାକରଣ ହୋଇପାରି ନାହଁ।
ଆକାରରେ ୧.୮ମିମି ମଶା ମ୍ୟାଲେରିଆ, ଡେଙ୍ଗୁ, ଜିକା ଭଳି ମାରାତ୍ମକ ସଂକ୍ରମଣର ବାହାକ। ୧୦କୋଟିରୁ ଅଧିକ ବର୍ଷ ଧରି ତିଷ୍ଟି ରହିଥିବା ମଶା ମୁଣ୍ଡ ନ ଥାଇ ଅନେକ ଘଣ୍ଟା ବଞ୍ଚି ରହିଥାଏ। ସେକେଣ୍ଡ ପ୍ରତି ୪୦୦ରୁ ୬୦୦ଥର ଡେଣା ହଲାଇ ଗୁଞ୍ଜରଣ ସୃଷ୍ଟି କରୁଥିବା ମଶା ଥରକେ ୩୦୦ଅଣ୍ଡା ଦେଇ ଦୃତ ବଂଶ ବିସ୍ତାର କରିଥାଏ। ମଶାଙ୍କ କେତେକ ପ୍ରଜାତି ୧ମାଇଲ ଦୂରରୁ ବାରି ପାରେ ନିର୍ଦ୍ଧିଷ୍ଟ ଏକ ଗନ୍ଧ। ମଶାଙ୍କୁ ନିର୍ମୂଳ ପାଇଁ ବିଭିନ୍ନ ଦେଶ ଦଶନ୍ଧି ଦଶନ୍ଧି ବ୍ୟାପୀ ବିଲିଅନ ବିଲିଅନ ଡଲାର ଖର୍ଚ୍ଚ କରି ମଧ୍ଯ ସଫଳ ହୋଇନାହାନ୍ତି।