ଲୋକଙ୍କ ପାଖରେ ପହଞ୍ଚିବ ପର୍ଯ୍ୟାପ୍ତ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

Sep 10, 2024 - 21:43
 10
ଲୋକଙ୍କ ପାଖରେ ପହଞ୍ଚିବ ପର୍ଯ୍ୟାପ୍ତ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରାଜୀବ ଭବନ ସ୍ଥିତ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବର୍ଷା ଓ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହଛନ୍ତି ଯେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଲୋକଙ୍କ ପାଖରେ ପହଞ୍ଚିବ ପର୍ଯ୍ୟାପ୍ତ କ୍ଷତିପୂରଣ। ବୈଠକରେ ଲୋ ଲାଇନ୍ ବ୍ରିଜ୍ ର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ। ମାଲକାନଗିରିରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଣି ଛାଡ଼ିବା ପର୍ଯ୍ୟନ୍ତ ରିଲିଫ କ୍ୟାମ୍ପରେ ରହିବେ ବିପନ୍ନ। ଘର ଓ ଫସଲ ନଷ୍ଟର ସମୀକ୍ଷା କରାଯାଇ ସହାୟତା ପ୍ରଦାନ କରାଯିବ। ଦୁଇ ଦିନରେ ସ୍ଥିତି ସୁଧୁରିବ ବୋଲି ସୂଚନା ଦେଇଛନ୍ତି ପୂଜାରୀ।