ହଷ୍ଟେଲ ଛାତରୁ ଖସି +୨ ଛାତ୍ର ଗୁରୁତର
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଏକ ହଷ୍ଟେଲ ଛାତରୁ ଖସି ଜଣେ +୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଟାଉନ ଥାନା ସ୍ଥିତ ଘରୋଇ କଲେଜ ହଷ୍ଟେଲରେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ +୨ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ରାଗିଂ ଅଭିଯୋଗ ନେଇ ଟାଉନ ଥାନାରେ ପରିବାର ଲୋକ ଏତଲା ଦେଇଥିବା ସୂଚନା ମିଳିଛି।